ସିକନ୍ଦର ବଜେଟ୍‌ର ୬୦ ପ୍ରତିଶତ ଫି’ ନେବେ ସଲମାନ, ରଶ୍ମିକା ସମେତ ଏହି ଷ୍ଟାର କରିଛନ୍ତି ଏତିକି ଚାର୍ଜ

Published By : Prameya-News7 Bureau | March 30, 2025 IST

ମୁମ୍ଵାଇ ୩୦।୦୩; ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର' ରିଲିଜ୍ ହୋଇଛି । 'ସିକନ୍ଦର'କୁ ନେଇ ପ୍ରଯୋଜକ ସାଜିଦ ନାଦିଆୱାଲା ଏବଂ ନିର୍ଦ୍ଦେଶକ ଏଆର ମୁରୁଗାଦୋସ ବହୁତ ଆଶା ରଖିଛନ୍ତି । ଏଥିସହ ଏହି ଫିଲ୍ମ ସବୁଠାରୁ ବଡ଼ ଓପନିଂ ଫିଲ୍ମ ତାଲିକାରେ ସାମିଲ ହେବ ବୋଲି କୁହାଧାଉଛି। ଫିଲ୍ମ 'ସିକନ୍ଦର'  ପାଇଁ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ସମେତ ଅନ୍ୟ ଷ୍ଟାରକାଷ୍ଟମାନେ କେତେ ଟଙ୍କା ପାଇଛନ୍ତି।

ସଲମାନଙ୍କୁ କେତେ ଫିସ୍ ମିଳିଛି ?

ରିପୋର୍ଟ ଅନୁସାରେ, 'ସିକନ୍ଦର' ୨୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ବେଳେ ସଲମାନ ଖାନ ଫିଲ୍ମର ବଜେଟର ୬୦ ପ୍ରତିଶତ ଅର୍ଥାତ୍ ୧୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି । ତଥାପି ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଭୂମିକା ପାଇଁ ୫ କୋଟି ଟଙ୍କା ନେଇଛନ୍ତି । ସିକନ୍ଦର ହେଉଛି ରଶ୍ମିକାଙ୍କ ପଞ୍ଚମ ବଲିଉଡ୍ ଫିଲ୍ମ । ରଶ୍ମିକା ବଲିଉଡରେ ଦୁଇଟି ହିଟ୍ ଫିଲ୍ମ (ଆନିମଲ୍ ଏବଂ ଛାବା) କରିଛନ୍ତି।

ଫିଲ୍ମରେ 'ଲେଡି ସିଂଘମ' କାଜଲ ଅଗ୍ରୱାଲଙ୍କୁ ୩ କୋଟି, ଶର୍ମନ ଜୋଶୀଙ୍କୁ ୭୫ ଲକ୍ଷ, ପ୍ରତୀକ ବବରଙ୍କୁ ୬୦ ଲକ୍ଷ ଏବଂ ଫିଲ୍ମର ମୁଖ୍ୟ ଖଳନାୟକ ସତ୍ୟରାଜଙ୍କୁ ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଛି । ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମଟି ପ୍ରଥମ ଦିନରେ ବହୁତ ବ୍ୟବସାୟ କରିପାରେ । ଏ.ଆର. ମୁରୁଗାଡୋସ୍ ଫିଲ୍ମର କାହାଣୀ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଟାଇଗର ୩ ପରେ, ସଲମାନ ଖାନ ଏବେ ସିକନ୍ଦର ସହ ବକ୍ସ ଅଫିସରେ ଦମଦାର କମବ୍ୟାକ କରିବେ । ସିକନ୍ଦରରେ ସଲମାନଙ୍କର ମାସ୍ ଲେଭଲ୍ ଆକ୍ସନ୍ ଦେଖିବାକୁ ମିଳିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.